ନୂଆଦିଲ୍ଲୀ – ଶିକ୍ଷା ଜଗତ ସହ ଜଡ଼ିତ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟ ସୋମବାର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଟିଇଟି) ପାସ୍ କରିବା ଏବେ ବାଧ୍ୟତାମୂଳକ , ସେତେବେଳେ ଯାଇ କୌଣସି ଶିକ୍ଷକ ଚାକିରିରେ ରହି ପାରିବେ ବା ପ୍ରମୋସନ ପାଇ ପାରିବେ।

ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ , ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହଙ୍କର ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ଶିକ୍ଷକ ନିଜର ଅବସରକାଳୀନ ବୟସ ଯାଏ କେବଳ ପାଞ୍ଚ ବର୍ଷ ଦୂରରେ ଅଛି , ତାଙ୍କୁ କେବଳ ଆଶ୍ୱସ୍ତି ପ୍ରଦାନ କରାଯିବ। ଏମିତି ଶିକ୍ଷକ ବିନା ଟିଇଟି ପାସ୍‌ରେ ମଧ୍ୟ ଚାକିରି କରି ପାରିବେ , କିନ୍ତୁ ଯେଉଁ ଶିକ୍ଷକଙ୍କ ପାଖରେ ପାଞ୍ଚ ବର୍ଷରୁ ଅଧିକ  ଚାକିରି ସମୟ ବାକି ଅଛି, ତାଙ୍କୁ ଟିଇଟି ପାସ୍‌ କରିବାକୁ ହେବ। ଯଦି ସେମାନେ ଏମିତି ନକରନ୍ତି , ତ ତାଙ୍କୁ ଚାକିରି ଛାଡ଼ିବାକୁ ହେବ ନୁହେଁ ତ ବାଧ୍ୟତାମୂଳକ ଅବସର ନେଇ ଟର୍ମିନାଲ ସୁବିଧା ନେବାକୁ ହେବ।

ପ୍ରକୃତ କଥା ହେଲା , ଜାତୀୟ ଶିକ୍ଷକ ସେବା ପରିଷଦ (ଏନସିଟିଇ) ୨୦୧୦ ମସିହାରେ ନିଷ୍ପତ୍ତି କରିଥିଲା ଯେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ପାଠପଢା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ଥିର କରାଯିବା ଉଚିତ୍‌। ଏହାପରେ ହିଁ ଟିଇଟିକୁ ଶିକ୍ଷକ ନିଯୁକ୍ତିର ବାଧ୍ୟତାମୂଳକ ସର୍ତ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏବେ ଏହାକୁ ଆହୁରି ଦୃଢତାର ସହ ଲାଗୁ କରି ଦେଇଛି।

ଉଲ୍ଲେଖନୀୟ ଯେ, ଏହି ନିଷ୍ପତ୍ତି ବିଭିନ୍ନ ରାଜ୍ୟ , ବିଶେଷ କରି ତାମିଲନାଡୁ  ଓ ମହାରାଷ୍ଟ୍ରରୁ ଦାଖଲ ହୋଇଥିଲା। ଏହି ଆବେଦନ ଗୁଡ଼ିକରେ ପ୍ରଶ୍ନ କରାଯାଇ ଥିଲା ଯେ, ଟିଇଟି ପାସ ନକରି ମଧ୍ୟ ଜଣେ ଶିକ୍ଷକ ଭାବେ ରହି ପାରିବେ କିମ୍ୱା ପଦୋନ୍ନତି ପାଇ ପାରିବେ।  ସୁପ୍ରିମକୋର୍ଟ ଏବେ ଏହା ଉପରେ ସଂପୂର୍ଣ୍ଣ ସ୍ପଷ୍ଟ କରିଦେଇଛନ୍ତି ଯେ ଟିଇଟି ବିନା ଏହା ସମ୍ଭବ ହେବ ନାହିଁ।
​​​​​​